ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ

ଆଜି ଅଗଷ୍ଟ ୧୨, ବିଶ୍ୱ ହସ୍ତୀ ଦିବସ । ହାତୀ ପ୍ରତି ଭଲପାଇବା, ସଚେତନତା ସୃଷ୍ଟି କରିବା ଏବଂ ଏହି ବିଶାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସାରା ବିଶ୍ୱରେ ଆଜିର ଦିନଟି ପାଳନ କରାଯାଉଛି । ବିଶ୍ୱ ହସ୍ତୀ ଦିବସ ୨୦୧୨ ମସିହା ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିଲା ।। ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି । ଏପରିକି ହାତୀ ଦାନ୍ତ ନେବା ପାଇଁ ସେମାନଙ୍କୁ ଶିକାର କରାଯାଉଛି । ରାଜ୍ୟର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ହାତୀଙ୍କ ଗତିବିଧି ଓ ମଣିଷ-ହାତୀ ସଂଘର୍ଷ ଅନେକ ସମୟରେ ଖବରର ଶିରୋନାମା ହୋଇଥାଏ । ହାତୀଙ୍କ ପାରମ୍ପରିକ ଚଲାଚଳ ପଥ ଓ ବାସସ୍ଥାନକୁ ସୁରକ୍ଷିତ ରଖିବା ଏହି ସଂଘର୍ଷ କମାଇବାରେ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ହସ୍ତୀ ଦିବସର ମୁଖ୍ୟ ବାର୍ତ୍ତା ହେଉଛି—ହାତୀଙ୍କୁ କେବଳ ଭଲପାଇବା ନୁହେଁ, ସେମାନଙ୍କ ବାସସ୍ଥାନକୁ ସୁରକ୍ଷିତ କରିବା ମଧ୍ୟ ଆବଶ୍ୟକ ।

You might also like