ଆଜି ପବିତ୍ର ରଥାଯାତ୍ରାରେ ସାମିଲ ହେବେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଓ ସାରା ରାଜ୍ୟ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଶ୍ରୀଜୀଉ । ଏପରି ସମୟରେ ବଲିଉଡ ପ୍ରସିଦ୍ଧ ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମ ରଥାଯାତ୍ରାରେ ସାମିଲ ହେବେ । ସେନେଇ ସେ ଗତକାଲି ଭୁବନେଶ୍ୱର ପହଞ୍ଚିଛନ୍ତି । ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ସୋନୁ ନିଗମ । ତେବେ ସେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ଥିବା ବେଳେ ଉତ୍ସାହିତ ସହ ଭାବବିହ୍ୱଳ ହୋଇଛନ୍ତି ।ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଗଣମାଧ୍ୟମ ପ୍ରତିକ୍ରିୟାରେ ସୋନୁ ନିଗମ କହିଛନ୍ତି,”ବହୁତ ବର୍ଷର ଇଚ୍ଛା ପୂରଣ ହୋଇଛି । ଶତାଧିକ ଭଜନ ଗାଈ ମଧ୍ୟ କେବେ ରଥଯାତ୍ରାରେ ପୁରୀ ଆସିନଥିଲି । ସାଙ୍ଗରେ ଭଉଣୀକୁ ନେଇକି ଆସିଛି । ମୋ ସଙ୍ଗୀତ ଜୀବନରେ ଯେଉଁ ସବୁ ହିନ୍ଦୀ ସଙ୍ଗୀତ ହିଟ ହୋଇଛି ତା ପୂର୍ବରୁ ମୁଁ ଓଡ଼ିଆ ଭଜନ ଗାଉଥିଲି । ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ ଥିଲା ଯେତେବେଳେ ମୁଁ ଗୋଟିଏ ଦିନରେ ଆଠରୁ ଦଶଟି ଓଡ଼ିଆ ଭଜନ ଗାଉଥିଲି । ମୁଁ ଓଡ଼ିଶା ଲୋକଙ୍କଠାରୁ ଅପାର ପ୍ରେମ ପାଇଛି । ଯଦିଓ ମୁଁ ଶହ ଶହ ଭଜନ ଗାଇଛି, ଏହା ମୋ ଜୀବନରେ ପ୍ରଥମ ଥର ଯେ ମୁଁ ରଥଯାତ୍ରା ସମୟରେ ଏଠାକୁ ଆସିବାର ସୁଯୋଗ ପାଉଛି । ମୁଁ ଅତ୍ୟନ୍ତ ଭାବପ୍ରବଣ, ଏବଂ ଏହା ବହୁତ ଭଲ ଲାଗୁଛି ।”

You might also like