ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସମୀକ୍ଷା କାର୍ଯ୍ୟଦକ୍ଷତାର କରିବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ହେବାକୁଯାଉଛି । ୨ ବର୍ଷ ପୂତ୍ତିର୍ ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରାଯିବ ।ଆଜି ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧିନରେ ଆସୁଥିବା ବିଭାଗଗୁଡ଼ିକର ସମୀକ୍ଷା ହେବ। ଜୁନ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତାକୁ ନେଇ ପ୍ରତି ଜିଲ୍ଲାକୁ ଯିବେ ସରକାର। ଦୁଇବର୍ଷ ପୂର୍ତ୍ତି ଅବସରରେ ଅନେକ ନୂଆ ଯୋଜନା ଓ ପ୍ରକଳ୍ପ ଭେଟିଦେବେ।ଏହାସହିତ ପ୍ରତିଦିନ ବିଭିନ୍ନ ବିଭାଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ଉପଲବ୍ଧି ଗଣାଇବେ । ସରକାର ୨ ବର୍ଷରେ କେଉଁ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାହାର ହିସାବ ରଖିବେ । ନୂଆ ଯୋଜନା, ନୂଆ ଘୋଷଣା, ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପର ତାଲିକା ରଖିବେ ପ୍ରତି ବିଭାଗ ।

You might also like