ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ । ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ

ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ଓୟୋ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଏବେ ଫେରାର୍ ଥିବା ସୂଚନା ମିଳିଛି।ପରିବାର ଲୋକଙ୍କ ଅଭିଯୋଗ ମତେ ଯୁବକଙ୍କର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ମୃତ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର। ସେ ଉକ୍ତ ଯୁବତୀଙ୍କ ସହ ଦୀର୍ଘ ୬ ମାସ ହେବ ‘ଲିଭ୍-ଇନ୍ ରିଲେସନସିପ୍’ରେ ରହୁଥିଲେ। ତେବେ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଯୁବତୀଙ୍କ ସଂପର୍କରେ ହୋଟେଲରେ କୌଣସି ସଠିକ୍ ତଥ୍ୟ ନାହିଁ । ସେ କୁଆଡେ ଯାଇଛନ୍ତି । ସେନେଇ ମଧ୍ୟ ହୋଟେଲ କର୍ମଚାରୀଙ୍କ ଜଣାଇନାହାନ୍ତି ।ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ତନତନ କରି ଯାଞ୍ଚ କରୁଛି । ଗୁରୁବାର ରାତିରେ ହୋଟେଲ ରୁମରେ କଣ ଘଟିଲା । ତାକୁ ନେଇ ମଧ୍ୟ ଖୋଲତାଡ ଜାରି ରଖିଛି କମିଶନରେଟ ପୋଲିସ ।

You might also like