ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି, ୪୫ ଦିନରେ ଭାରତ-ବାଂଲାଦେଶ ସୀମାରେ ବୁଲିବ ତାରବାଡ଼
ମୁଖ୍ୟମନ୍ତ୍ରୀ ଗାଦିରେ ବସୁ ବସୁ ଆକ୍ସନ ମୁଡ୍ରେ ଶୁଭେନ୍ଦୁ ଅଧିକାରୀ। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ ବିଏସଏଫ୍ ଅଧୀନରେ ରହିବ ବୋଲି ସେ କହିଛନ୍ତି । ୮୭୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନଥିବାରୁ ତାରବାଡ଼ ହୋଇପାରୁନଥିଲା ।ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନବାନ୍ନାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକ ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି- “ବଙ୍ଗଳାରେ “ସୁଶାସନ, ସୁରକ୍ଷା ଏବଂ ଡବଲ-ଇଞ୍ଜିନ୍ ସରକାର”ର ଏକ ନୂତନ ଆରମ୍ଭ ହୋଇଛି।ବଙ୍ଗଳା ସରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବୀମା ସମେତ ସମସ୍ତ କେନ୍ଦ୍ରୀୟ ଯୋଜନାରେ ସକ୍ରିୟ ଭାବରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ, ବିଶ୍ୱକର୍ମା, ବେଟି ବଚାଓ ବେଟି ପଢ଼ାଓ, ଏବଂ ଉଜ୍ଜ୍ୱଳା ବି ସାମିଲ ହେବ ।
ଆଇଏଏସ୍ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ତାଲିମ ସହିତ ଯୋଡାଯିବ । ରାଜ୍ୟ ଭାରତୀୟ ନ୍ୟାୟ ସଂହିତା (BNS) ସହିତ ସମ୍ପୂର୍ଣ୍ଣ ଭାବରେ ପାଳନ କରିବ ।ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ ବୃଦ୍ଧି କରାଯାଇଛି ।