ଯୁଦ୍ଧ ଭିତରେ ପୁଣି ଭାରତ ଆସିବେ ପୁଟିନ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେପ୍ଟେମ୍ବର 12 ଏବଂ 13 ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।ଏହି ଗସ୍ତ ଗୋଟିଏ ବର୍ଷ ମଧ୍ୟରେ ପୁଟିନଙ୍କ ଦ୍ୱିତୀୟ ଭାରତ ଯାତ୍ରା ହେବ।ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଗତ ବର୍ଷ ଡିସେମ୍ୱର ୨୩ରେ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ମାସ ଆରମ୍ଭରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ବ୍ରିକ୍ସ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ ପାଇଁ ଭାରତ ଆସିଥିଲେ । ବ୍ରିକ୍ସ ନେତାଙ୍କ ବୈଠକ ଗତ ବର୍ଷ ଜୁଲାଇରେ ବ୍ରାଜିଲର ରିୟୋ ଡି ଜନେରିଓରେ ହୋଇଥିଲା । ଏହା ବ୍ରିକ୍ସର ୧୭ତମ ଶିଖର ସମ୍ମିଳନୀ ହେବ । BRICS ହେଉଛି ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରତିଷ୍ଠିତ ଏକ ପ୍ରଭାବଶାଳୀ ଆନ୍ତଃସରକାରୀ ସଂଗଠନ ଯାହାର ଲକ୍ଷ୍ୟ ପାଶ୍ଚାତ୍ୟ ଶକ୍ତିଗୁଡ଼ିକର ପାରମ୍ପରିକ ଭୂରାଜନୈତିକ ଏବଂ ଅର୍ଥନୈତିକ ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା। ବିଶ୍ୱ ଜନସଂଖ୍ୟା ଏବଂ ବିଶ୍ୱ GDPର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପ୍ରତିନିଧିତ୍ୱ କରୁଥିବା ଏହି ବ୍ଲକ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ସଂସ୍କାର ଏବଂ ଉଦୀୟମାନ ଅର୍ଥନୀତି ମଧ୍ୟରେ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବାକୁ ଚେଷ୍ଟା କରେ।ଏହା ପରେ ଏହି ଗୋଷ୍ଠୀଟି ନୂତନ ସଦସ୍ୟ ଯେପରିକି ମିଶର, ଇଥିଓପିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଅନ୍ତର୍ଭୁକ୍ତ କରି ପଶ୍ଚିମ ଏସିଆ ଏବଂ ଆଫ୍ରିକାରେ ଏହାର ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିଛି।