ଭିଜିଲାନ୍ସ ଜାଲରେ ଦୁଇ ଦୁଇଟା ସରକାରୀ ବାବୁ ! ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା

ଆଜି ଗୋଟିଏ ଦିନରେ ଦୁଇ ଦୁଇଟା ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି | କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।ଅନୁସନ୍ଧାନ ସମୟରେ,ଜିତେନ୍ଦ୍ରଙ୍କ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଉତ୍ତରା, ଭୁବନେଶରରେ ଗୋଟିଏ 2 BHK ଫ୍ଲାଟ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ୧୦୦ ଗ୍ରାମ ସୁନା, ନଗଦ ୬.୨୦ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ (KIA ସେଲଟୋସ) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି। ଆଗକୁ ଭୁବନେଶ୍ୱରର SBIରେ ଗୋଟିଏ ଲକର୍‌ ଖୋଲାଯିବା ବାକି ଅଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି।। ଅନ୍ୟପଟେ କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଚଢ଼ାଉ କରାଯାଇଛି। ଚଢାଉରେ ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ୭୫ ଲକ୍ଷ ଜବତ ହୋଇଛି। ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ପ୍ଲଟ ପାଇଛି ଭିଜିଲାନ୍ସ। ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି। ବଡ଼ଗଡ଼ ବ୍ରିଟ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ ୨ BHK ଫ୍ଲାଟ ସହ ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ କରାଯାଇଛି। ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର୍‌ ସମେତ ୪ଟି ବାଇକ,ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଜମାର ତଦନ୍ତ ଜାରି ରହିଛି । ୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ।

You might also like