ଭୁବନେଶ୍ୱରରେ ଲଞ୍ଚ୍ ହେଲା ହାଇଡ୍ରା ୨୪ଏନ୍
ଭୁବନେଶ୍ୱର, ରାଜ୍ୟ କାହାଣୀ: ଓଡ଼ିଶାର କସମେଟିକ୍ସ ଓ ସ୍କିନ୍ କେୟା ର୍ଶିଳ୍ପରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ସ୍କିନ୍ କେୟାର ବ୍ରାଣ୍ଡ ‘ହାଇଡ୍ରା ୨୪ଏନ୍’ ‘ଜୁଲ୍ୟଞ୍ଜ ବିୟୁଟି ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଏହି ନୂଆ ବ୍ରାଣ୍ଡର ୬ଟି ସ୍କିନ୍ କେୟାର ପ୍ରଡକ୍ଟ ଉନ୍ମୋଚନ କରାଯାଇଛି । ଓଡ଼ିଶାର ଜଳବାୟୁ ଓ ତ୍ୱଚାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଡକ୍ଟ ପ୍ରସ୍ତୁତ କରାଯାଇଥିବା କଂପାନୀ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସାମ୍ବାଦିକ ସମ୍ମିଳନୀରେ ‘ହାଇଡ୍ରା ୨୪ଏନ୍’ ସ୍କିନ୍ କେୟାର ରେଞ୍ଜର ଶୁଭାରମ୍ଭ ହୋଇଛି । ‘ଜୁଲ୍ୟଞ୍ଜ ବିୟୁଟି ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡର ଉନ୍ମୋଚନ ଉତ୍ସବରେ କଂପାନୀର ଫାଉଣ୍ଡର, କୋ-ଫାଉଣ୍ଡର, ବୋର୍ଡ ମେମ୍ବରଙ୍କ ସମେତ ବହୁ ବିଶିଷ୍ଟ ବିୟୁଟି ପାର୍ଲର ମାଲିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ଓଡ଼ିଶାର ଗରମ, ଗୁଳୁଗୁଳି, ପ୍ରଦୂଷଣ ଓ ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ତ୍ୱଚାରେ ଦେଖାଦେଉଥିବା ଟ୍ୟାନିଂ, ଶୁଷ୍କତା ଓ ମଳିନତାକୁ ଦୃଷ୍ଟିରେ ରଖି ‘ହାଇଡ୍ରା ୨୪ଏନ୍’ ରେଞ୍ଜ୍ ପ୍ରସ୍ତୁତ କରାଯାଇଛି । ଏହି ରେଞ୍ଜରେ ରହିଛି ୬ଟି ଉତ୍ପାଦ । ଫେସ୍ ୱାସ୍, ମାଚା ଟୋନର, ବ୍ରାଇଟେନିଂ ସେରମ୍, ଡେ କ୍ରିମ୍, ନାଇଟ୍ କ୍ରିମ୍ ଏବଂ ଏସ୍.ପି.ଏଫ୍.-୫୦ ସନସ୍କ୍ରିନ୍ । ତ୍ୱଚାର ସଫାସୁତୁରା, ନମନୀୟତା, ଉଜ୍ଜ୍ୱଳତା ଓ ସୂର୍ଯ୍ୟକିରଣରୁ ସୁରକ୍ଷା ଉପରେ ଏହି ପ୍ରଡକ୍ଟଗୁଡ଼ିକ ଗୁରୁତ୍ୱ ଦେଇଛି ବୋଲି କଂପାନୀ ମତ ପ୍ରକାଶ କରିଛନ୍ତି ।କେବଳ ଏକ ସ୍କିନ୍ କେୟାର ବ୍ରାଣ୍ଡ ନୁହେଁ, ବରଂ ଓଡ଼ିଶାରୁ ଏକ ଜାତୀୟ ସ୍ତରର ବିୟୁଟି ବ୍ରାଣ୍ଡ ଗଢ଼ିବା ହେଉଛି କଂପାନୀର ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ୨୦୦ରୁ ଅଧିକ ପ୍ରମୁଖ ବିୟୁଟି ପାର୍ଲର ଓ ରିଟେଲ୍ କାଉଣ୍ଟରରେ ଏହା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ପୂର୍ବ ଭାରତ ସହ ସାରା ଦେଶରେ ଏହାର ବଜାର ସଂପ୍ରସାରଣ ଯୋଜନା ରହିଛି ।ଏହି ପ୍ରୟାସ ଦ୍ୱାରା ରାଜ୍ୟର ମହିଳା ଉଦ୍ୟୋଗୀ ଓ ବିୟୁଟି ପ୍ରଫେସନାଲମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ତାଲିମର ସୁଯୋଗ ସୃଷ୍ଟି ହେବ ବୋଲି କଂପାନୀ ଆଶା ପ୍ରକାଶ କରିଛି ।