କାହିଁକି ଫେବ୍ରୁଆରି ୧ରେ ଆଗତ ହେଉଛି ବଜେଟ୍?

୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ। ସେଦିନ ରବିବାର ପଡ଼ୁଛି। ସେହିପରି ଅର୍ଥନୈତିକ ସର୍ଭେ ଜାନୁଆରୀ ୨୯ ତାରିଖରେ ଉପସ୍ଥାପିତ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାକୁ ଯାଉଛନ୍ତି।ମିଳିଥିବା ସୂଚନା ଅନୁସାରେ, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (CCPA) ସଂସଦର ବଜେଟ ଅଧିବେଶନ ପାଇଁ ଜାନୁଆରି ୨୮ ତାରିଖକୁ ପ୍ରସ୍ତାବ ଦେଇଛି। ଯାହାଫଳରେ ଦେଶର ସାଧାରଣ ବଜେଟ ପ୍ରତିବର୍ଷ ପରି ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି । ଜାଣିରଖିବା ଉଚିତ ଯେ, ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୁଏ । ଆଉ ତା ପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥାନ୍ତି ।, ୨୦୧୭ ମସିହା ପୂର୍ବରୁ ଫେବ୍ରୁଆରି ଶେଷ ଭାଗରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। କିନ୍ତୁ, ସରକାର ଏହି ନିୟମକୁ ପରିବର୍ତ୍ତନ କରିଥିଲେ ଯାହାଦ୍ୱାରା ଏପ୍ରିଲ୍ ୧ ତାରିଖରେ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ସମ୍ପୂର୍ଣ୍ଣ ବଜେଟ୍ ପ୍ରକ୍ରିୟା ଏବଂ ଖର୍ଚ୍ଚ ସଂସଦ ଦ୍ୱାରା ଅନୁମୋଦନ କରାଯାଇପାରିବ। ସେବେଠାରୁ ଫେବ୍ରୁଆରି ୧ ତାରିଖକୁ “ବଜେଟ୍ ଦିବସ” ଭାବରେ ନାମିତ କରାଯାଇଛି।

You might also like