ପତ୍ନୀଙ୍କ ସହ ଇମ୍ରାନଖାନଙ୍କୁ ୧୭ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡାଦେଶ । ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧୬.୪ ନିୟୁତ ପାକିସ୍ତାନୀ ଟଙ୍କା ଜରିମାନା ସହ ଉଭୟଙ୍କୁ ୧୭ ବର୍ଷର ଦେଲ ଦଣ୍ଡ ଶୁଣାଇଛନ୍ତି ।ଏହି ମାମଲା ୨୦୨୧ ମସିହା ମଇ ମାସରେ ସାଉଦି ଆରବ ଗସ୍ତ ସମୟରେ ଇମ୍ରାନ ଖାନଙ୍କୁ ଉପହାର ସ୍ୱରୂପ ମିଳିଥିବା ଏକ ଦାମୀ ‘ବୁଲଗାରି’ ଗହଣା ସେଟ୍ ସହ ଜଡିତ । ଅଭିଯୋଗ ଅନୁଯାୟୀ, ଇମ୍ରାନ ଏହି ଦାମୀ ଗହଣା ସେଟ୍‌ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି କେହି ତାହା ରଖିବାକୁ ଚାହାନ୍ତି, ତେବେ ତାଙ୍କୁ ଏହାର ବଜାର ମୂଲ୍ୟର ଏକ ନିଶ୍ଚିତ ଅଂଶ ଦେବାକୁ ପଡେ ।ପ୍ରକାଶ ଥାଉ କି, ଇମ୍ରାନ ଖାନ ଗତ ଅଢେଇ ବର୍ଷ ଧରି ଜେଲରେ ବନ୍ଦ ଅଛନ୍ତି । ପାକିସ୍ତାନ ସେନା ଏବଂ ବର୍ତ୍ତମାନର ସରକାରଙ୍କ ସହ ତାଙ୍କର ଚାଲିଥିବା ତିକ୍ତତା ମଧ୍ୟରେ ଏହି ଦଣ୍ଡାଦେଶ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

You might also like