ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । କ୍ୟାବିନ୍କୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି । କ୍ୟାବିନ୍କୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍ ଲାଗିଛି । ଫୁଲତୋଡ଼ା ରଖାଯାଇଛି । ଏଥିସହ କାନ୍ଥରେ ‘ଆଇ ଲଭ୍ ୟୁ’ ଲେଖାଯାଇଛି । ଯାତ୍ରୀ ନିଜ ସାଥୀଙ୍କୁ ସରପ୍ରାଇଜ୍ ଦେବାକୁ ଏପରି କରିଥିଲେ । ମହାରାଷ୍ଟ୍ରର ଜାଲନା ରେଳ ଷ୍ଟେସନରୁ ଏକ ନବବିବାହିତ ଦମ୍ପତିଙ୍କ ପାଇଁ ଏହି ସରପ୍ରାଇଜ୍ ବୁକିଂ କରାଯାଇଥିଲା ।
ରେଳବାଇର ନିୟମ ଅନୁଯାୟୀ, ଟ୍ରେନ୍ ଭିତରେ ଏପରି ସଜାଇବା ପାଇଁ ବାହାର ଲୋକଙ୍କୁ ଅନୁମତି ମିଳେନାହିଁ । ବିନା ଅନୁମତିରେ ବାହାର ସଂସ୍ଥାକୁ ଟ୍ରେନ୍ ଭିତରକୁ ପ୍ରବେଶ ଅନୁମତି ଦେବା ଏବଂ ସୁରକ୍ଷା ନିୟମର ଉଲ୍ଲଂଘନ ଅଭିଯୋଗରେ ଟିଟିଇଙ୍କୁ ସସପେଣ୍ଡ କରାଯିବା ସହ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।