ଆଜି ରଙ୍ଗର ପର୍ବ ହୋଲି

ଆଜି ରଙ୍ଗର ଉତ୍ସବ ହୋଲି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି। ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ବୋଜିଭାତର ମଧ୍ୟ ଆୟୋଜନ କରାଯାଇଛି ।ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଏ । ଏଇ ୫ଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗି ରହେ । ପୁନେଇଁ ଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ ।

You might also like