ଶ୍ରାଦ୍ଧ ବାର୍ଷିକୀରେ ମନେ ପଡ଼ୁଛନ୍ତି ଖୋକା ଭାଇ

‘ଖୋକା ଭାଇ’ ଭାବେ ସୁପରିଚିତ କାଳଜୟୀ ସଙ୍ଗୀତଜ୍ଞ, ଗାୟକ ଓ ସ୍ରଷ୍ଟା ହେଉଛନ୍ତି ଅକ୍ଷୟ ମହାନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ସେ ଏକ ଅବିସ୍ମରଣୀୟ ପ୍ରତିଭା।ଖାଲି ଗୀତରେ କାହିଁକି, ଓଡ଼ିଆ ଗଳ୍ନ, କବିତାରେ ବି ଧୂରୀଣ ଥିଲେ ଖୋକା ଭାଇ । ଗୀତ, କବିତା, ଗଳ୍ପରେ ଯେତିକି ସ୍ବତନ୍ତ୍ର, ବ୍ୟକ୍ତିଗତ ଜୀବନରେ ବି ସେତିକି ଦୃଢ଼, ନିର୍ଭୀକ । ସେଥିପାଇଁ ସେ ଗାଢ଼ ଆତ୍ମବିଶ୍ବାସର ସହ କୁହନ୍ତି, ‘ଅକ୍ଷୟ ମହାନ୍ତି କାହା ଦୟାର ପାତ୍ର ହେବାକୁ ଚାହେଁନି’ । ନାଁ ସିନା ଅକ୍ଷୟ ମହାନ୍ତି କିନ୍ତୁ ସାରା କଟକ ସହରର ସେ ପ୍ରିୟ ଖୋକା ଭାଇ ।ଖୋକା ଭାଇ, ପ୍ରତ୍ୟେକ ଓଡ଼ିଆଙ୍କ କାନରେ ସ୍ବର, ତାଳ, ଲୟ, ଭାବ ଭରି ଦେଇପାରୁଥିବା ଯାଦୁକର ଥିଲେ । ଆଧୁନିକ ଗୀତ ହେଉ ବା ପଲ୍ଲିଗୀତ, ବା ରୋମାଣ୍ଟିକ୍ ଗୀତ କି ବିରହ ଗରତ ଅବା ଭଜନ ସବୁଥିରେ ତାଙ୍କର ସ୍ବର ପ୍ରାଣକୁ ଛୁଇଁଯାଉଥିଲା ।ସେ ବହୁ ସୁମଧୁର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ଏବଂ ଆଧୁନିକ ଗୀତ ରଚନା କରିବା ସହ ନିଜେ କଣ୍ଠଦାନ କରିଛନ୍ତି।ନିଜକୁ ନିଜେ ଖୁବ୍ ଗାଳି ଦେଉଥିବା ମଣିଷ ଅକ୍ଷୟ ମହାନ୍ତି । କୌଣସି ଗୀତ କରିବା ପରେ ଯେତେବେଳେ ତା’ର ପ୍ରକୃତ ପ୍ରାପ୍ୟ ମିଳେନି ନିଜ ଉପରେ ଅଭିମାନ କରନ୍ତି । କେବେ କେବେ ନିଜକୁ ଧିକ୍କାର କରନ୍ତି । କେହି ମୁକୁଟବିହୀନ ସମ୍ରାଟ ବୋଲି କହିଦେଲେ ସେ ବିଭୋର ହୋଇଯାଆନ୍ତିନି । କେହି ପ୍ରଶଂସା କରଦେଲେ ସେ ଅଣନିଃଶ୍ବାସୀ ହୋଇଯାଆନ୍ତି ।ତାଙ୍କ ଗୀତ ଶୁଣିଲେ, ତାଙ୍କ କବିତା, ଗପ ପଢ଼ିଲେ, ଲାଗେ ଅକ୍ଷଞ କୁଆଡ଼େ ଯାଇନାହାନ୍ତି ।ଏବେ ଆମରି ଭିତରେ ଅଛନ୍ତି । ଆଜିଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ **ଅକ୍ଷୟ ମହାନ୍ତି (ଖୋକା ଭାଇ)**ଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ପାଳନ କରାଯାଏ। ୨୦୦୨ ମସିହା ନଭେମ୍ବର ୧୭ ତାରିଖରେ କଟକଠାରେ ତାଙ୍କର ପରଲୋକ ହୋଇଥିଲା ଏବଂ ଆଜି (ନଭେମ୍ବର ୧୭, ୨୦୨୬) ହେଉଛି ତାଙ୍କର ୨୪ତମ ଶ୍ରାଦ୍ଧ ବାର୍ଷିକୀ।

You might also like