ସୁନା ଦର କମିଲାବେଳେ ସ୍ଥିର ରହିଛି ରୁପା ଦାମ୍
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୦୦ ଟଙ୍କା ଛୁଇଁଛି ।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୯,୨୩୦ ଟଙ୍କା ରହିଛି। ଏଥିରେ ୧,୬୦୦ ଟଙ୍କା ହ୍ରାସ ହୋଇଛି।କିଛି ଦିନ ପରେ ଲଗାତାର ୨ୟ ଦିନ ପାଇଁ ସୁନା ଦାମ୍ କମ୍ ହୋଇଛି। ଦୁଇ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬ ହଜାର ଟଙ୍କା କମିଛି। ୨୪ କ୍ୟାରେଟ୍ ସୁନା ଦାମ୍ ମଧ୍ୟ ପ୍ରାୟ ୬ ହଜାର ଟଙ୍କା କମ୍ ହୋଇଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି । ସୁନା ଦାମ୍ ଏତେ କମିବା ଗ୍ରାହକ ଓ ବିନିିଯୋଗକାରୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣି ଦେଇଛି।