ଏଣିକି ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍‌; ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା। ପଲିଥିନ୍‌ କିମ୍ବା ପ୍ଲାଷ୍ଟିକ୍‌ରେ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ ହୋଇଛି । ପ୍ଲାଷ୍ଟିକ୍‌, ପଲିଥିନ୍‌ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍‌ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

You might also like