କମିଶନରେଟ୍ ପୁଲିସର ‘ଉଇ କେୟାର ସାଥୀ ଆପ୍’ ଲଞ୍ଚ୍, ଗୋଟିଏ ବଟନ୍ ଦବେଇଲେ ପହଞ୍ଚିବ ପୁଲିସ

ଭୁବନେଶ୍ୱର (ରାଜ୍ୟକାହାଣୀ )ବାଲିଅନ୍ତା ବର୍ବରତା ପରେ ଶେଷରେ ଚେତିଛି କମିଶନରେଟ୍ ପୋଲିସ । ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ ‘ଉଇ କେୟାର ସାଥୀ’ (We Care Sathi) । ଏହାସହ ଅପରାଧୀ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ‘ସରାଇ’ ଆପ୍‌ର ଅପଗ୍ରେଡେଡ୍ ଭର୍ସନ ‘ସରାଇ ୨.୦’ ମଧ୍ୟ ଲଞ୍ଚ କରାଯାଇଛି ।

ତତକ୍ଷଣାତ୍ SOS ଏବଂ ଫଟୋଗ୍ରାଫି: ଆପ୍‌ର SOS ବଟନ୍‌କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ।
ଲାଇଭ୍ ଲୋକସେସନ୍ : ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଚାଲିଯାଏ।
ଆପାତକାଳୀନ କଲ୍: ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍‌ର ଡାଏଲପ୍ୟାଡ୍‌କୁ ୧୧୨ (112) ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୁଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ।
ଭିଡିଓ ପ୍ରମାଣ: କଲ୍ ସରିବା ପରେ, ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ଦେଇଥାଏ।

ତେବେ ପୂର୍ବର କୁଣ୍ଡଳୀ କିମ୍ବା ପିଙ୍କ୍ ଅଟୋ ଯୋଜନା ଭଳି ଏହା କେବଳ ପ୍ରହସନ ହୋଇ ରହିଯିବ ନା ବାସ୍ତବରେ ଲୋକଙ୍କ କାମରେ ଆସିବ । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବ ଯୋଜନା ଭଳି ପ୍ରହସନ ପାଲଟିବନି ତ ନୂଆ ଆପ୍ ?

You might also like