ଇରାନୀୟ ଜାହାଜକୁ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

ଶ୍ରୀଲଙ୍କା ସମୁଦ୍ରରେ ଇରାନ ଯୁଦ୍ଧ ଜାହାଜ ଉପରେ ସବ୍ ମେରିନ୍ ଆକ୍ରମଣରେ ୧୦୧ ନୌସୈନିକ ନିଖୋଜ ଓ ୭୮ ଆହତ । ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ଯାହା ଭାରତର ବିଶାଖାପାଟନମରେ ମିଲାନ୍ ୨୦୨୬ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। କୁହାଯାଉଛି ଯେ ଏଥିରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନୀ ଜାହାଜରୁ ଏକ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଶ୍ରୀଲଙ୍କା ନୌସେନା ଏକ ଉଦ୍ଧାରକାରୀ ଟିମ୍ ପଠାଇଛି। ଉଦ୍ଧାର ମିଶନରେ ଜାହାଜ ଏବଂ ବାୟୁସେନା ବିମାନ ପଠାଯାଇଛି।ଆମେରିକା ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ଇରାନର ପ୍ରାୟ ୧୭ଟି ଜାହାଜ ଓ ସବ୍ ମେରିନକୁ ଧ୍ୱଂସ କରିସାରିଲେଣି । ଶ୍ରୀଲଙ୍କା ଏହି ଯୁଦ୍ଧରେ ନିରପେକ୍ଷ ଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଇରାନର ସୈନିକମାନଙ୍କୁ ସାହାଯ୍ୟ କରିଛି । ବର୍ତ୍ତମାନ ସମୁଦ୍ର ମଝିରେ ନିଖୋଜ ସୈନିକମାନଙ୍କୁ ଖୋଜାଖୋଜି ଜାରି ରହିଛି, ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

You might also like