ପୁଣି KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ରାଜ୍ୟକାହାଣୀ ( ଭୁବନେଶ୍ୱର )କିଟ୍ ପିଛା ଛାଡୁ ନାହିଁ ବିବାଦ । ଜଣଙ୍କ ପରେ ଜଣେ ଛାତ୍ରଙ୍କ ମୃତ୍ୟୁ କର୍ତ୍ତୁପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ନପଡ଼ୁଣୁ ପୁଣି ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ ବୋଲି ଜଣାପଡିଥିବା ବେଳେ ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ ଛାତ୍ର ବୋଲି ଏସିପି ସୋନାଲ ସିଂ ପରମାର କହିଛନ୍ତି। ତେବେ ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଳି ଜଣା ପଡିଛି । ଘଟଣାକୁ ଚାପି ଦେବା ଲାଗି ପୁଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।ଅପରପକ୍ଷେ KIIT କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

You might also like