ବାତ୍ୟା ଆଶଙ୍କା! ରାଜ୍ୟର ୧୦ ଜିଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବାତ୍ୟା ‘ଅକଭାନ୍’ ପ୍ରଭାବରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା । ଦକ୍ଷିଣ ଓ ଉପକୂଳ ଓଡ଼ିଶା ପାଇଁ ବଢିଲା ଟେନସନ । ବୁଡ଼ାଇବ ପ୍ରବଳ ବର୍ଷା । ଭୀଷଣ ବର୍ଷା ନେଇ ଚେତାବନୀ ଜାରି କଲା ପାଣିପାଗ ବିଭାଗ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲା ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ ଜିଲାରେ ୩ ଦିନ ଓ ୪ ଜିଲାରେ ୨ ଦିନ ସ୍କୁଲ ଯିବେନି ଛାତ୍ରୀଛାତ୍ର। ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲାରେ ୧୯ ରୁ ୨୧ ତାରିଖ ଯାଏ ତିନିଦିନ ସ୍କୁଲରେ ପାଠପଢ଼ା ବନ୍ଦ କରାଯାଇଥିବାବେଳେ ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲାରେ ୧୯ ଓ ୨୦ ତାରିଖରେ ସ୍କୁଲ ସହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତିର ସମୀକ୍ଷା କରି ଛୁଟି ଅବଧି ବୃଦ୍ଧି କରିବାକୁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

You might also like