ପୁଣି ଖୋଲିବ ରତ୍ନଭଣ୍ଡାର । ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର। ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନ ଗଣତି । ଚଳିତ ମାସରେ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ ।ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି । ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି । ବାହାର ଭଣ୍ଡାରରେ ୩ଟି ଅଳଙ୍କାର ଚିହ୍ନଟ ହୋଇ ପାରିନଥିବା ବେଳେ ୧୯୭୮ ତାଲିକା ସହ ମେଳକ ଅନୁଯାୟୀ ଅଳଙ୍କାର ସଂଖ୍ୟା ବଢ଼ିଛି । ସେହିପରି ଭିତର ଭଣ୍ଡାରରେ ପାଞ୍ଚ ଦିନ ଗଣତିରେ ପ୍ରାୟ ୧୩୦ ଅଳଙ୍କାର ଅର୍ଥାତ୍ ୨୫% ଗଣତି ସରିଛି ।ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

You might also like