ଆଜି ୮ ଜିଲ୍ଲାକୁ କାଳବୈଶାଖୀର ଆଲର୍ଟ, ୫୦-୬୦ ବେଗରେ ବହିପାରେ ପବନ

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି ।ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ବର୍ଷା ଏବଂ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ସମେତ ୧୬ ଜିଲ୍ଲାରେ ବଜ୍ରପାତ ସହ ୩୦-୫୦ କିମି ବେଗରେ ପବନ ବହିପାରେ।

You might also like