ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହି ପଦବୀ ଦେଲା ବିଜେପି
ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି । ତାଙ୍କ ରାଜ୍ୟସଭାର ଯାଚିକା ସମିତିର ଚେୟାରମ୍ୟାନ ଭାବେ ବିଜେପି ନିଯୁକ୍ତ କରିଛି । ରାଘବ ଚଢ଼ାଙ୍କୁ ଏହି ପଦ ମିଳିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ପ୍ୟାନେଲକୁ ପୁନର୍ଗଠିତ କରାଯାଇଥିବାବେଳେ ଏଥିରେ ରହିଛନ୍ତି ୧୦ ସଦସ୍ୟ । ଯାହାର ଅଧ୍ୟକ୍ଷ ଭାବେ ଚଢ଼ାଙ୍କୁ ଦାୟିତ୍ବ ଦିଆଯାଇଛି ।ରାଜ୍ୟସଭାରେ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି କି, ୟାଚିକା ସମିତିର ଅଧ୍ୟକ୍ଷ ଭାବେ ରାଘବଙ୍କୁ ନିଯୁକ୍ତ କରାଯାଇଛି । ମେ ୨୦ ତାରିଖରେ ଏହି କମିଟିର ପୁନର୍ଗଠିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ତେବେ ଏହି କମିଟିରେ ରହିଥିବା ୧୦ ଜଣ ସଦସ୍ୟଙ୍କୁ ବାଛିଛନ୍ତି ସି.ପି. ରାଧାକ୍ରିଷ୍ଣ । ତେବେ ଏହି କିମଟିରେ ହର୍ଷ ମହାଜନ, ଗୁଲାମ ଅଲ୍ଲୀ, ଶମ୍ଭୁ ଶରଣ ପଟେଲ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ରହିଛନ୍ତି ।ରାଜ୍ୟସଭାର ଯାଚିକା ସମିତି ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ସମିତି ଭାବେ ଗଣନା କରାଯାଏ । ଏହି ସମିତି ସାଧାରଣ ଲୋକଙ୍କ ଯାଚିକା ଓ ଅଭିଯୋଗ ଉପରେ ବିଚାର କରିଥାଏ। ଏହା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଥାଏ। ଏପରି ସ୍ଥିତିରେ ଏହି ସମିତିର ଦାୟିତ୍ୱ ରାଘବ ଚଡ୍ଢାଙ୍କୁ ମିଳିବାକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ ।ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବିଜେପିରେ ଯୋଗଦେବା ପରେ ରାଘବ ଚଡ୍ଢାଙ୍କୁ ଏତେ ଶୀଘ୍ର ବଡ଼ ସଂସଦୀୟ ଦାୟିତ୍ୱ ମିଳିବା ଦଳୀୟ ନେତୃତ୍ୱର ବିଶ୍ୱାସକୁ ପ୍ରଦର୍ଶନ କରୁଛି। ଏହାଦ୍ୱାରା ସଂସଦରେ ତାଙ୍କ ଭୂମିକା ଆହୁରି ମଜବୁତ ହୋଇପାରେ।
ଏହା ମଧ୍ୟରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଅନୁସାରେ ମେନକା ଗୁରୁସ୍ୱାମୀଙ୍କୁ କର୍ପୋରେଟ ଲ’ (ସଂଶୋଧନ) ବିଧେୟକ ୨୦୨୬ ସହ ଜଡିତ ଯୁକ୍ତ ସମିତିର ସଦସ୍ୟ ଭାବେ ମନୋନୀତ କରାଯାଇଛି।ରାଜ୍ୟସଭାରେ ହୋଇଥିବା ଏହି ନୂଆ ନିଯୁକ୍ତିଗୁଡ଼ିକୁ ସଂସଦର ଆଗାମୀ ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।