ଆସନ୍ତା ନଭେମ୍ବରରେ ହେବ ଏସଆଇ ପରୀକ୍ଷା

ଭୁବନେଶ୍ଵର (ରାଜ୍ୟ କାହାଣୀ )ଆସନ୍ତା ନଭେମ୍ବରରେ ହେବ ଏସଆଇ ପରୀକ୍ଷା । ଏନେଇ ଓୟୁଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ସେ କହିଛନ୍ତି ଯେ, ଏସଆଇ ପରୀକ୍ଷା ଲାଗି ଆସନ୍ତା ସପ୍ତାହ ଭିତରେ ନୋଟିଫିକେସନ ବାହାରିବ । ଆଶାୟୀଙ୍କ ଆବେଦନ ପତ୍ରର ପୁନଃ ଯାଞ୍ଚ ପାଇଁ ଖୋଲିବ ୱେବସାଇଟ । ଆଶାୟୀ ନିଜର ଆବେଦନ ପତ୍ରର ଯାଞ୍ଚ କରି ସାରିବା ପରେ ଖୁବଶୀଘ୍ର ପରୀକ୍ଷାର ଆଡମିଟ କାର୍ଡ ପଠାଯିବ । ନଭେମ୍ବର ମାସରେ ପରୀକ୍ଷା ହୋଇ ଡିସେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଲିଖିତ ପରେ ଶାରୀରିକ ପରୀକ୍ଷା ସହିତ ପ୍ରକାଶ ପାଇବ ସଟ ଲିଷ୍ଟ ତାଲିକା । ପୂର୍ବରୁ ପ୍ରକାଶ ପାଇଥିବା ନୋଟିଫିସନରେ ହିଁ ପରୀକ୍ଷା କରାଯିବ । ବଡ କଥା ଯେ, ଓୟୁଏସଏସସି ପକ୍ଷରୁ ପରୀକ୍ଷାକୁ ଅନଲାଇନ ନୁହେଁ ବରଂ ଓଏମଆର ସିଟ ଜରିଆରେ କରାଯିବ । ଏଥର ଆଉ ଥାର୍ଡ ପାର୍ଟି ନୁହେଁ ସିଧାସଳଖ କମିଶନ ପରୀକ୍ଷା କରାଇବେ ଏବଂ ଏହା ଅବାଧ ଓ ସ୍ୱଚ୍ଛତା ଭିତ୍ତିରେ ହେବ ବୋଲି କମିଶନ ସୂଚନା ଦେଇଛନ୍ତି ।

You might also like