ରୋମ୍ରେ ପ୍ରଧାନମନ୍ତ୍ରୀ ମୋଦୀ, ଏକ୍ସରେ ଫଟୋ ସେୟାର କରି ଜର୍ଜିଆ ମେଲୋନି ଲେଖିଲେ- “ରୋମ୍କୁ ସ୍ୱାଗତ, ମୋର ବନ୍ଧୁ!”
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, “ରୋମକୁ ସ୍ୱାଗତ, ମୋର ବନ୍ଧୁ!”। ତେବେ ଉଭୟଙ୍କ ଏକ ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ଏକ ସେଲ୍ଫି ଭିଡିଓ ସେୟାର ହେବା ପରେ ଏହା ଖୁବ୍ ଚର୍ଚ୍ଚାରେ ରହିଥିଲା। ପୁଣିଥରେ ସେଲ୍ଫି ଭାଇରାଲ୍ ହେବା ପରେ ବହୁଳ ଭାବରେ ପ୍ରଶଂସା କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୦୨୪ ରେ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ଯାଇଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ଆଜି ଇଟାଲୀରେ ଉଭୟ ଦେଶର ପ୍ରମୁଖ ଶିଳ୍ପପତି (ସିଇଓ)ଙ୍କ ସହ ଆଲୋଚନା କରିବେ। ସେ ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରି ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO)ର ମୁଖ୍ୟାଳୟ ମଧ୍ୟ ପରିଦର୍ଶନ କରିବେ।