ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ନିଜ ଚନ୍ଦ୍ରଶେଖରପୁର ଶୋ’ରୁମରେ ନିଜ ବ୍ରାଇଡାଲ ଶୋ’ କ୍ୟାମ୍ପେନର ପରିଚୟ ଦେଇଛି
ଭୁବନେଶ୍ୱର, ରାଜ୍ୟ କାହାଣୀ: ଦାୟିତ୍ୱସମ୍ପନ୍ନ ଜୁଏଲର ଏବଂ ବିଶ୍ୱର ସବୁଠାରୁ ବଡ଼ ଏବଂ ସବୁଠାରୁ ବିଶ୍ୱସ୍ତ ଜୁଏଲରୀ କଂଗ୍ଲୋମେରେଟ ମଧ୍ୟରୁ ଗୋଟିଏ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ନିଜ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଶୋ’ରୁମରେ ବ୍ରାଇଡାଲ ଶୋ’ କ୍ୟାମ୍ପେନ ଆରମ୍ଭ କରିଛି। ଏହି ଅଭିଯାନ ୧୨ ନଭେମ୍ବର ୨୦୨୬ରୁ ୧୫ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ । ନିଜର ପ୍ରମୁଖ ବ୍ରାଇଡାଲ ଜୁଏଲାରୀ ଅଭିଯାନର ଏକ ଅଂଶ ଭାବେ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଚଳିତ ବର୍ଷ ସୁନା, ହୀରା, ପୋଲକି, ମୂଲ୍ୟବାନ ରତ୍ନ ଏବଂ ଅନ୍ୟାନ୍ୟରେ ବିଶେଷ ବ୍ରାଇଡାଲ ଜୁଏଲାରୀ ସଂଗ୍ରହଗୁଡ଼ିକୁ ଉନ୍ମୋଚନ କରିଛି।ଏହି ଶୋ’ର ଶୁଭାରମ୍ଭ ଓଲିଉଡ ଅଭିନେତ୍ରୀ ଶ୍ରୀମତୀ ଡେଜିଙ୍କ ଦ୍ୱାରା ଏବଂ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଅନ୍ୟ ପରିଚାଳନା କର୍ମଚାରୀମାନଙ୍କ ଉପସ୍ଥିତିରେ କରାଯାଇଛି ।ଏହି ବ୍ରାଇଡାଲ ଶୋ ଗ୍ରାହକମାନଙ୍କୁ କାରିଗରୀ ଓ ମୂଲ୍ୟର ସମନ୍ୱୟ ରଖୁଥିବା ଗହଣାରେ ନିବେଶ କରିବାର ଏକ ଅସାଧାରଣ ସୁଯୋଗ ପ୍ରଦାନ କରୁଛି । ଏହାସହ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଏକ ଆଗୁଆ ବୁକିଂ ସୁବିଧା ପ୍ରଦାନ କରୁଛି ଯେଉଁଥିରେ ଗ୍ରାହକମାନେ ସର୍ବନିମ୍ନ ୧୦% ଆଗୁଆ ଅର୍ଥ ପୈଠ କରି ଗହଣା ବୁକ୍ କରିପାରିବେ ଏବଂ ବୁକ୍ କରିଥିବା ଦର କିମ୍ବା ପ୍ରଚଳିତ ଦର ଯାହା କମ୍ ହେବ ସେହି ଦରରେ ଗହଣା ପାଇପାରିବେ । ଏହି ଅଭିଯାନ ଅବଧିରେ ଗ୍ରାହକମାନେ ନିମ୍ନଲିଖିତ ଅଫର ମଧ୍ୟ ପାଇବେ:ସୁନା ଗହଣାର ନିର୍ମାଣ ଶୁଳ୍କ ଉପରେ 30% ପର୍ଯ୍ୟନ୍ତ ରିହାତି, ହିରା ମୂଲ୍ୟ ଉପରେ 30% ପର୍ଯ୍ୟନ୍ତ ରିହାତିଇରା, ପ୍ରିସିଆ ଜୁଏଲାରୀର ନିର୍ମାଣ ଶୁଳ୍କ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସିଲଭର ଜୁଏଲାରୀର ନିର୍ମାଣ ଶୁଳ୍କ ଉପରେ ୩୦% ପର୍ଯ୍ୟନ୍ତ ରିହାତି ବ୍ରାଇଡାଲ ଶୋ’ର ଶୁଭାରମ୍ଭ ସମ୍ପର୍କରେ ମତାମତ ଦେଇ ମାଲାବାର ଗ୍ରୁପର ଅଧ୍ୟକ୍ଷ ଏମ୍.ପି. ଅହମ୍ମଦ କହିଛନ୍ତି, “ଆମେ ପ୍ରତିବର୍ଷ ଯେଉଁ ଅନନ୍ୟ ଡିଜାଇନର ନବସୃଜନ ଏବଂ ଆକର୍ଷଣୀୟ ଅଫରଗୁଡ଼ିକ ପ୍ରଦାନ କରୁଛୁ, ତାହା ଯୋଗୁଁ ବ୍ରାଇଡାଲ ଶୋ’ ଅଭିଯାନ ନୂତନ ଯୁଗର କନ୍ୟାମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବ୍ରାଇଡାଲ ଜୁଏଲାରୀ ଅଭିଯାନ ଭାବେ ଉଭା ହୋଇଛି । ବିଭିନ୍ନ ଅଞ୍ଚଳର ନୂତନ ଯୁଗର କନ୍ୟାମାନଙ୍କୁ ସୁନ୍ଦର ଡିଜାଇନ ପ୍ରଦାନ କରିବା ପାଇଁ ଆମର ମିଶନ ଅନୁସାରେ, ଆମେ କିଛି ପ୍ରକୃତରେ ଅସାଧାରଣ ବିବାହ ଅଳଙ୍କାର ସଂଗ୍ରହ ଲଞ୍ଚ କରିଛୁ । ଆମର ଗୁଣବତ୍ତା ଏବଂ ଶୁଦ୍ଧତା ନିଶ୍ଚିତତା ସହିତ, ଆମର ବ୍ରାଇଡାଲ ଜୁଏଲାରୀ ସଂଗ୍ରହଗୁଡ଼ିକ କନ୍ୟାମାନଙ୍କୁ ଆକର୍ଷିତ କରିବାରେ ଜାରି ରହିବ”