ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହନୁମାନ, ମହାଦେବ

ରାଜ୍ୟ କାହାଣୀ (ଭୁବନେଶ୍ୱର )ପବିତ୍ର ରଥଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ । ଏହାପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ । ବଡଦାଣ୍ଡରେ ଆଜି ହନୁମାନ, ମହାଦେବ ପୁଣି ବୃନ୍ଦାବନ କୃଷ୍ଣ ବେଶଧାରୀଙ୍କ ଭିଡ । ବିଭିନ୍ନ ବେଶ ଧାରଣ କରି ମହାପ୍ରଭୁଙ୍କ ସେବା କରିବାକୁ ବାହାରି ପଡିଛନ୍ତି ଏହି ବେଶଧାରୀ ନୃତ୍ୟଶିଳ୍ପୀ । ରଥଯାତ୍ରାରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ପରିବେଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏଥର ବି ରଥଯାତ୍ରାରେ କିଏ ହନୁମାନ ବେଶରେ ତ କିଏ ଶିବ ବେଶରେ ଆଉ କିଏ ଗନ୍ଧର୍ଭ ବେଶରେ ଆଉ କିଏ କୃଷ୍ଣ ରୂପରେ ନୃତ୍ୟ ପରିବେଷଣ କରୁଛନ୍ତି ।ଏହାକୁ ସେମାନେ ଗୋଟିଏ ସେବା ବୋଲି ଭାବି ନିଅନ୍ତି। ରଥ ଆଗରେ ନୃତ୍ୟ ପରିବେଷଣ କରିବା ଦ୍ୱାରା ଭକ୍ତି ଭାବ ଆସିଥାଏ।

You might also like