ଭାଇରାଲ୍ ନିଶାରେ କାର୍‌କୁ ୩,୪୦୦ କିସ୍‌ କଲେ ଗଲଫ୍ରେଣ୍ଡ୍! ପ୍ରେମିକ ଗଣିଲେ ତଣ୍ଡ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଜଣେ ଯୁବକ ନିଜ କାର୍‌କୁ ‘କିସିଂ କାର୍’ରେ ପରିଣତ କରି ରିଲ୍‌ ତିଆରି କରିଥିଲେ। କାର୍‌ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍‌ର ଚୁମ୍ବନ ଚିହ୍ନ। ରିଲ୍‌ଟି ମଧ୍ୟ ଖୁବ୍‌ ଶୀଘ୍ର ଭାଇରାଲ୍ ହୋଇ ୨୪ ଘଣ୍ଟାରେ ୫୫ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା। ବିଦେଶୀ ଟ୍ରେଣ୍ଡକୁ ଅନୁକରଣ କରି ଯୁବକ ଜଣକ ନିଜ ପ୍ରେମିକାଙ୍କ ଦ୍ୱାରା ପୂରା କାର୍ ସାରା ଲିପ୍‌ଷ୍ଟିକ୍‌ରେ ୩୪୦୦ କିସ୍ ଦାଗ ଆଙ୍କି ଦେଇଥିଲେ । ତେବେ ଭାଇରାଲ୍ ହେବାର ଏହି ଅଜବ ନିଶା ଶେଷରେ ଯୁବକଙ୍କୁ ବେଶ୍ ମହଙ୍ଗା ପଡ଼ିଛି ।କାର୍ ପଛରେ ଲେଖାଯାଇଥିବା ‘ଠାକୁର’ ଶବ୍ଦ ଉପରେ ମଧ୍ୟ ଲିପ୍‌ଷ୍ଟିକ୍‌ର ଚିହ୍ନ ଦିଆଯାଇଥିଲା | ଏହି କାର ଟି କିଛିଦିନ ପୂର୍ବରୁ ସିଟି ସେଣ୍ଟର ଅଞ୍ଚଳରେ ଦ୍ରୁତଗତିରେ ଗାଡ଼ି ଚଳାଇବା ଭିଡିଓ ପାଇଁ ମଧ୍ୟ ପୁଲିସ୍ ନଜରରେ ଥିଲା । ।ରିଲ୍‌ରେ ଦେଖାଯାଇଥିବା ଧଳା ମାରୁତି ସୁଜୁକି ସ୍ୱିଫ୍ଟ କାର୍‌ର ନମ୍ବର ପ୍ଲେଟ୍‌ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା। ଏହାକୁ ଆଧାର କରି ଟ୍ରାଫିକ୍ ପୋଲିସ୍ କାର୍‌ଟିକୁ ଚିହ୍ନଟ କରିଥିଲେ।ପରେ ଥାଟିପୁର ଅଞ୍ଚଳରୁ କାର୍‌ଟିକୁ ଜବତ କରାଯାଇ ଆଦିତ୍ୟଙ୍କୁ ଟ୍ରାଫିକ୍ ଥାନାକୁ ଡକାଯାଇଥିଲା।

ପୋଲିସ୍‌ ଷ୍ଟେସନ୍‌ରେ ଆଦିତ୍ୟ ନିଜ ଭୁଲ୍ ସ୍ୱୀକାର କରିଥିବା ଜଣାପଡ଼ିଛି। ଏପରିକି ପୋଲିସ୍ ତାଙ୍କୁ ଥାନା ଭିତରେ ନିଜ କାର୍‌ରୁ ସମସ୍ତ ୩,୪୦୦ ଲିପଷ୍ଟିକ୍ ଚିହ୍ନ ପାଣିରେ ସଫା କରିବାକୁ କହିଥିଲା। ଶେଷରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଏବଂ ଅସାବଧାନତାର ସହ ଗାଡ଼ି ଚଳାଇବା ଅଭିଯୋଗରେ ତାଙ୍କ ଉପରେ ୫,୫୦୦ ଟଙ୍କାର ଚାଲାଣ କଟାଯାଇଛି।

You might also like