OTET 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି

ଭୁବନେଶ୍ୱର (ରାଜ୍ୟକାହାଣୀ )ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି ।ବୋର୍ଡ ଘୋଷଣା କରିଛି ଯେ OTET-2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖକୁ ମେ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହା ଆଜି ଶେଷ ତାରିଖ ଥିଲା | ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଯୋଗ୍ୟ ପ୍ରାର୍ଥୀମାନେ (ଉଭୟ ଚାକିରୀ ଏବଂ ନୂତନ ପ୍ରାର୍ଥୀ ) ଏବେ OTET 2026 ପରୀକ୍ଷା ଦେବା ପାଇଁ ସରକାରୀ ୱେବସାଇଟ୍ www.bseodisha.nic.in ରେ ଅନଲାଇନ୍ ଆବେଦନ କରିପାରିବେ ।

You might also like