ଭୁବନେଶ୍ବର ମାଉସୀ ମା’ ଛକରେ ବୋମାମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭୁବନେଶ୍ବର ମାଉସୀ ମା’ ଛକରେ ବୋମାମାଡ଼ ଘଟଣାରେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ୟ ୪ ଜଣ ଏବେବି ଫେରାର ଅଛନ୍ତି । ପୋଲିସ ଏ ଘଟଣାରେ ତଦନ୍ତ ଜାରି ରଖିଛି ।ସୂଚନା ଅନୁସାରେ, ପୂର୍ବଶତ୍ରୁତାକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ମଧ୍ୟ ଦୁଇ ଗୋଷ୍ଠୀ ଏକାଧିକ ଥର ହାତାହାତି ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ପୁରୁଣା ବିଏମସି ଅଫିସ ନିକଟରେ କହ୍‌‌ନେଇ, ତାର ସହଯୋଗୀ ଓ ବିପରୀତ ଗୋଷ୍ଠୀର ୩ ଜଣଙ୍କ ମୁହାଁମୁହିଁ ହୋଇଥିଲେ। କହ୍ନେଇ ହାତରେ ବୋମା ଧରି ଛିଡ଼ା ହୋଇଥିବା ବେଳେ ବିପରୀତ ଗୋଷ୍ଠୀର ଜଣେ ଯୁବକ ତାକୁ ଠେଲି ଦେଇଥିଲା। ଫଳରେ କହ୍ନେଇ ତଳେ ପଡ଼ିଯିବା ସହ ବୋମା ଫୁଟି ଯାଇଥିଲା। ବୋମା ବିସ୍ଫୋରଣରେ କହ୍ନେଇର ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ବାମ ହାତର ଦୁଇଟା ଆଙ୍ଗୁଠି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁଁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ।

You might also like