ଭାରତ ପାଇଁ କଳାଦିନ; ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । ମାଟି ମା’ ସେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସେ ବୀର ପୁଅଙ୍କୁ କୋଟି କୋଟି ପ୍ରଣାମ ।

ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ୩ଶହ କିଲୋର ବସ୍ଫୋଟକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିରେ କାରକୁ ମାଡ କରିଥିଲେ ଆତଙ୍କବାଦୀ । ଆଖି ପୁଛୁଳାକେ ବିସ୍ଫୋରଣ ଘଟିଗଲା । ଚାରିଆଡେ ଧୂଆର କଳା ବାଦଲ ଖେଳିଗଲା । ଶବ୍ଦ ଏତେ ତୀବ୍ର ଥିଲା ଯେ, ଲାଗିଲା ସତେକି ଭୁମିକମ୍ପ ହେଉଛି । ଆଉ ଯେତେବେଳେ କଳା ବାଦଲ ହଟିଲା ସେତେବେଳକୁ ଭାରତୀୟ ବୀର ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ବିଛାଡି ହୋଇ ପଡିଥିଲା । ଭାରତ ମାତାର ୪୦ ଯବାନ ଶହୀଦ୍ ହୋଇଯାଇଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା । ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଷ ଭରିହୋଇ ରହିଥିଲା ।ଏହାର ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବ୍ରୁଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଆକ୍ରମଣରେ ପ୍ରାଣ ହରାଇଥିବା ୪୦ଜଣ ସାହସୀ CRPF ସୈନିକଙ୍କୁ ମନେ ପକାଇବା ପାଇଁ ଏହାକୁ ‘କଳା ଦିବସ’ ଭାବରେ ପାଳନ କରାଯାଏ।

You might also like