OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ନିଯୁକ୍ତି

ଭୁବନେଶ୍ୱର (ରାଜ୍ୟକାହାଣୀ )OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ଶେଖର ବଡପଣ୍ଡା । OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ସରକାରୀ ସୂଚନା ଅନୁଯାୟୀ, ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ବଡପଣ୍ଡା ଯେଉଁ ଦିନ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ରାଜ୍ୟର ବିଦ୍ୟୁତ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ତାଙ୍କର ଏହି ନିଯୁକ୍ତି ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

You might also like