ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରାଜ୍ୟ କାହାଣୀ (ଭୁବନେଶ୍ୱର )ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ତୀବ୍ର କରିଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି।
ମାନ୍ୟବର ରାଜ୍ୟପାଳ ଏହି ଆମନ୍ତ୍ରଣ ପାଇଁ ଡ. ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ, ଘୋଷଯାତ୍ରା ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛି।