ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ
ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଗୁରୁବାର ଶୁଣାଣି ବେଳେ ରାଜ୍ୟ ସରକାର ନିଜର ପକ୍ଷ ରଖିବେ । ଏନେଇ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କହିଥିଲେ ।ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖି ଡିଜିପି ନିଯୁକ୍ତିରେ କୌଣସି ପ୍ରକାର ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି। ସମସ୍ତ ପକ୍ଷର ଆରୋପର ପୂର୍ଣ୍ଣାଙ୍ଗ ପ୍ରତିଜବାବ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ କୋର୍ଟରେ ସମୟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଜାରି ରହିବ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି।