ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା । ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍
ଭୁବନେଶ୍ଵର (ରାଜ୍ୟ କାହାଣୀ) ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା । ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍ । MMDR ଆଇନ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଗଣମଧ୍ୟାମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ ସମବେତ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହି ଆନ୍ଦୋଳନ ଓଡ଼ିଶାର ଭବିଷ୍ୟତକୁ ସୁରକ୍ଷିତ କରିବ । ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ । ଓଡ଼ିଶାର ସୁରକ୍ଷା କରିବ । ଏହି ଲଢେଇ ହିଁ ପରିବର୍ତ୍ତନର ବାର୍ତ୍ତା ଦେବ। ତେଣୁ ଏହି ଆନ୍ଦୋଳନ ଏକ ଛୋଟ ଆନ୍ଦୋଳନ ନୁହେଁ। ତେଣୁ ପଞ୍ଚାୟତସ୍ତର, ବ୍ଲକସ୍ତର ଏବଂ ଜିଲ୍ଲାସ୍ତର ସହ ରାଜ୍ୟସ୍ତରୀୟ ସମସ୍ତ ନେତା ଓ କର୍ମୀ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଭକ୍ତ କହିଛନ୍ତି। ତେବେ ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି ।