ଶନିବାର ବନ୍ଦ ରହିବ ବିଧାନସଭା, ସୋମବାର ଯାଏଁ ଗୃହ ମୁଲତବି

ଭୁବନେଶ୍ୱର ( ରାଜ୍ୟକାହାଣୀ )ବିରୋଧୀଙ୍କ ହଙ୍ଗାମାରେ ପ୍ରଥମ ଦିନ ଧୋଇ ଯାଇଥିଲା । ଦ୍ୱିତୀୟ ଦିନରେ ଚାଲିପାରିଲାନି। ତୃତୀୟ ଦିନରେ ବି ଧୋଇଗଲା ପ୍ରଶ୍ନକାଳ। ପ୍ରଥମ ଦିନ ମାତ୍ର ୪୨ ମିନିଟ୍ ଚାଲିଥିଲା, ଦ୍ବିତୀୟ ଦିନ ମାତ୍ର ୧୪ ମିନିଟ୍ ଗୃହ ଚାଲିଥିଲା । ତେବେ ସୋମବାର ୧୦. ୩୦ ଯାଏ ଗୃହ ମୁଲତବୀ ରହିବ । ରାଜ୍ୟରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର କାର୍ଯ୍ୟବିଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ବିଧାନସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଗୃହରେ ୧୧. ୩୫ ରେ ଘୋଷଣା କଲେ ବାଚସ୍ପତି। ବାତ୍ୟାଞ୍ଚଳକୁ ଯିବେ ନିଜ ନିଜ ଅଞ୍ଚଳ ବିଧାୟକ ମନ୍ତ୍ରୀ

You might also like