ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ ।

ରାଜ୍ୟ କାହାଣୀ (ଭୁବନେଶ୍ୱର )ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ । ଜିଲ୍ଲାରେ କଲେରା ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା। ସେଥିମଧ୍ୟରୁ ୧୨୯ ଟି ନମୁନା ପରୀକ୍ଷାରୁ ମୋଟ ୩୧ ପଜିଟିଭ ବାହାରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର ।ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଯାଜପୁରରେ ଡାଇରିଆ ସ୍ଥିତିରେ ଏକପ୍ରକାର ସୁଧାର ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

You might also like