କଲବଲ କରୁଛି ତାତି, ଆହୁରି ୪ ଦିନ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଆସନ୍ତା ୪ ଦିନ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବନି । ଏହାପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୨୨ ତାରିଖ(ବୁଧବାର)ଠାରୁ ୨୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ । ଏହା ପ୍ରଭାବରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୩୦ କିମି ବେଗରେ ପବନ ବି ବହିପାରେ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

You might also like