ହନିମୁନ୍‌ ରୁ ଫେରି ଆତ୍ମହତ୍ୟା କଲେ ନବ ଦମ୍ପତ୍ତି

ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ ।

ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉଷୁକାଇବା ମାମଲା ମଧ୍ୟ ରୁଜୁ କରାଇଥିଲେ । ଶୁକ୍ରବାର ସୂରଜ ଓ ତାଙ୍କ ମା’ ଜୟନ୍ତୀ ନାଗପୁର ପଳାଇଥିଲେ। ସେଠାରେ ଏକ ହୋଟେଲରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂରଜଙ୍କ ମୃତ୍ୟୁ ଘଟିଥିବାବେଳେ ଜୟନ୍ତୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

You might also like