NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର
ରାଜ୍ୟ କାହାଣୀ (ଭୁବନେଶ୍ଵର)NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିଡିହି ଥାନା ଅଞ୍ଚଳରେ।ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ ।ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା ଗିରିଧାରୀ ବାରିକଙ୍କ ପୁଅ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜାଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।