ମୋହନଙ୍କୁ ନବୀନଙ୍କ କୋଟିଆ ଚିଠି

ଭୁବନେଶ୍ୱର ( ରାଜ୍ୟକାହାଣୀ )କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ୨୦୨୪ ବିଜେପି ଇସ୍ତାହାର ମନେ ପକାଇ ଚିଠି ଲେଖିଲେ ନବୀନ । ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ, କୋଟିଆର ସମାଧାନ କର । କେନ୍ଦ୍ର ଓ ଆନ୍ଧ୍ର ସରକାର ସହ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଉ ।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏବେ ଏନ୍‌ଡିଏ ସରକାର ରହିଛି। ତେଣୁ ଏହି ସମୟରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଟିଆ ସମସ୍ୟାର ସମାଧାନ କରିବା ସମ୍ଭବ। ଓଡ଼ିଶାର ଅଖଣ୍ଡତା ଓ ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଆଉ ବିଳମ୍ବ ନକରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ଜବରଦସ୍ତ ନିର୍ବାଚନ କରୁଥିବା ନେଇ ମଧ୍ୟ ନବୀନ ଉଦ୍‌ବେଗ ପ୍ରକାଶ କରିଛନ୍ତି।କୋଟିଆ ପ୍ରସଙ୍ଗକୁ ନେଇ ନବୀନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

You might also like