ଲଜ୍‌କୁ ଡାକି ପ୍ରେମିକାକୁ ହତ୍ୟା, ଥାନାରେ ପ୍ରେମିକର ଆତ୍ମସମର୍ପଣ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହୁଥିବା ୨୪ ବର୍ଷୀୟ ଅଭୟ କୁମାର ମହାରଣା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ପିଲାଟି ଦିନରୁ ସାଙ୍ଗ ପଢୁଥିଲେ । ବଡ ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଗତ 4 ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଲ୍ୟାବ ଆସିଷ୍ଟାଣ୍ଡ ଭାବରେ କାର୍ଯ୍ୟ କରି ଆସୁଥିଲେ । ସେପଟେ ଯୁବକ ଜଣଙ୍କ ଏକ କମ୍ପାନୀରେ କାମ କରୁଥିବା ବେଳେ କିଛି ସମସ୍ୟା ଉପୁଜିବା ଯୋଗୁଁ ସେ ଚାକିରି ହରାଇ ବସିଥିଲେ । ତେବେ ଯୁବତୀ ଜଣକ ତାଙ୍କୁ ଆଉ ପୂର୍ବ ପରି ସମ୍ମାନ କରୁନଥିଲେ। ଆହୁରି ମଧ୍ୟ ଯୁବତୀଙ୍କ ବିବାହ ପାଇଁ ଭଲ ପ୍ରସ୍ତାବ ଆସୁଥିବା ନେଇ ଅଭୟ ଜାଣିବାକୁ ପାଇଥିଲା।ତେବେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ଠାରେ ରହିଥିବା ଏକ ଗେଷ୍ଟହାଉସକୁ ପ୍ରେମିକାକୁ ଡାକି ନେଇଥିଲେ । ସେଠାରେ କିଛି ସମୟ ପ୍ରେମିକା ସହିତ କଟାଇବା ପରେ ଶେଷରେ ସାଙ୍ଗରେ ନେଇଥିବା ଏକ ଛୁରୀରେ ପ୍ରେମିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

You might also like