ନିମାପଡ଼ା ଗେଷ୍ଟ ହାଉସରେ ମହିଳାଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ପୁରୀ ଜିଲ୍ଲା ନିମାପଡାରେ ଥିବା ଏକ ଘରୋଇ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର ହୋଇଥିବା ବେଳେ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ। ପରେ ସେ ନିମାମଡାର ଏକ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଠାରେ ୪ ଜଣ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଗେଷ୍ଟ୍ ହାଉସ୍ ସମ୍ମୁଖରେ ପ୍ରବଳ ହୋହଲ୍ଲା କରିବା ଫଳରେ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା ।ଅଭିଯୋଗ ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ଏକ ଗେଷ୍ଟ୍ ହାଉସ୍‌ରେ କାମ କରୁଥିଲେ । ନନ୍ଦିନୀ ଗେଷ୍ଟ୍ ହାଉସ୍‌ରେ କ୍ୟାସିୟର୍ ଭାବେ କାର୍ଯ୍ୟରତ ରମେଶଚନ୍ଦ୍ର ଦାସ ତାଙ୍କ ସହ ପରିଚୟ ସୃଷ୍ଟି କରି ଅଧିକ ଦରମାର ଆଶା ଦେଖାଇ ନିମାପଡ଼ା ଡାକିଥିଲେ । ଏହି କଥାରେ ବିଶ୍ୱାସ କରି ଗତ ସେପ୍ଟେମ୍ବର ୧ ତାରିଖରେ ଯୁବତୀ ଜଣକ ନିମାପଡ଼ା ଆସି କାମରେ ଯୋଗ ଦେଇଥିଲେ । ଚାକିରି କରାଇଦେବା ନାଁରେ ରମେଶ ତାଙ୍କଠାରୁ ୧୫ ହଜାର ୪ ଶହ ଟଙ୍କା ଲୁଟି ନେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।ଯୁବତୀଙ୍କ ଏତଲା ମୁତାବକ, ଗତ ସେପ୍ଟେମ୍ବର ୩ ତାରିଖ ଦିନ ରୁମ୍ ନମ୍ବର ୧୦୧ରେ ରମେଶ ପ୍ରଥମେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ଏବଂ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଏହି ଘଟଣାର ମାତ୍ର କିଛି ଦିନ ପରେ ଅର୍ଥାତ୍ ୮ ତାରିଖରେ ରୁମ୍ ନମ୍ବର ୧୦୨ରେ ରାଜା, ଅକ୍ଷୟ ଏବଂ ସୁଶାନ୍ତ ନାମକ ଅନ୍ୟ ତିନି ଜଣ କର୍ମଚାରୀ ତାଙ୍କୁ ପୁଣିଥରେ ଗଣଦୁଷ୍କର୍ମ କରିଥିଲେ । ନିମାପଡା ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ୨ଜଣ ଯୁବକଙ୍କୁ ପିପିଲି ଅଞ୍ଚଳରୁ ଏବଂ ୨ ଜଣଙ୍କୁ ନିମାପଡା ଅଞ୍ଚଳରୁ ବାନ୍ଧିଛି ପୋଲିସ। 

You might also like