ଫେରିଲା ମୌସୁମୀ: ୧୭ ଯାଏ ବର୍ଷା ସମ୍ଭାବନା

ରାଜ୍ୟ କାହାଣୀ (ଭୁବନେଶ୍ୱର )କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ପୁଣି ଏଭଳି ପରିସ୍ଥିତିରେ ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ବିଭାଗ I ଗୁରୁବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା, ମାଲକାନଗିରି, କୋରାପୁଟ, ଢେଙ୍କାନାଳର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ୨୫ ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି। ୧୩ରୁ ୧୭ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

You might also like