ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି ।

ରାଜ୍ୟ କାହାଣୀ (ଭୁବନେଶ୍ୱର )ଭୁବନେଶ୍ୱର ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ । କିଛି ଯୁବକ ଭୋଜି କରୁଥିବା ସମୟରେ କଥା କଟାକଟି ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ରାଜେଶ ଦାସ ନାମକ ଯୁବକ ଗୁଳି କରିଥିବା ଜଣାଯାଇଛି । ଭୋଜି ସମୟରେ ଚିନ୍ମୟ ନାମକ ଯୁବକ ସହ କଥା କଟା କଟିରୁ ଗୁଳିକାଣ୍ଡ ହୋଇଛି ।ତେବେ ଖୋର୍ଦ୍ଧା ସାମନ୍ତରାପୁରରେ ତାଙ୍କ ପରିଚାଳିତ ଏକ ନିଶା ନିବାରଣ କେନ୍ଦ୍ର ରହିଛି । ଗତ ରାତିରେ ଗାଡ଼ି ସାଇଡ୍‌ ମାରିବାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଚିନ୍ମୟ କହିଛନ୍ତି । ଚିନ୍ମୟ ଏକ ସ୍କର୍ପିଓରେ ନେଇ ଭୁବନେଶ୍ବର ଯାଉଥିବାବେଳେ, ରାଜେଶ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିଲା । ରାଜେଶ ଗାଡ଼ିକୁ ଓଭର୍‌ଟେକ୍‌ କରିଥିଲେ ଚିନ୍ମୟ । ଏଇଠୁ ଆରମ୍ଭ ହୋଇଥିଲା ସମସ୍ତ ଘଟଣା । ଏହାପରେ ଉଭୟ ଗାଡି ଅଟକାଇ କଥାକଟାକଟି ହୋଇଥିଲେ, ଯେଉଁଥିରେ ରାଗିାଇ ରାଜେଶ ଗାଡ଼ିରୁ ବନ୍ଧୁକ ବାହାର କରି ଚିନ୍ମୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା । ହେଲେ ୪ଟିଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଏହି ଘଟଣାରେ ଇନ୍ଫୋ ଭ୍ୟାଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

You might also like