ଉଛୁଳିଲା ସେୟାର ବଜାର : ସେନସେକ୍ସ ୧,୮୦୦ ପଏଣ୍ଟ ବୃଦ୍ଧି
ଇରାନ ଉପରେ ଆମେରିକା- ଇସ୍ରାଏଲର ଆକ୍ରମଣ ପରଠାରୁ ସମଗ୍ର ଦୁନିଆରେ ସୃଷ୍ଟି ହୋଇଛି ଶକ୍ତି ସଙ୍କଟ। ତେଲ ଠାରୁ ଆରମ୍ଭ କରି ଗ୍ୟାସ ଯୋଗାଣ, ସବୁଥିରେ ଉପୁଜିଛି ବାଧା। ଫଳରେ ଏବେ ଚିନ୍ତାରେ ଅନେକ ଦେଶ। ଖାଲି ସେତିକି ନୁହେଁ ବିଶ୍ବର ଅନେକ ଦେଶର ଷ୍ଟକ ମାର୍କେଟର ସ୍ଥିତି ବି ବେହାଲ। ତେବେ ଆଜି ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଲା ସେୟାର ବଜାର । ୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ । ବଜାର ଖୋଲିବାରୁ ସେନ୍ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭୩ ହଜାର ୫୯୦ ପଏଣ୍ଟ ଉପରେ ରହିଛି ।