ଜୀବନ ହାରିଲେ କୁମକୁମ୍ ଭାଗ୍ୟ ଅଭିନେତ୍ରୀ ସଂଚିତା
ଟିଭି ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେ ହାରିଲେ ଜୀବନ । ୩୦ ବର୍ଷୀୟ ଅଭିନେତ୍ରୀ ମୁମ୍ବାଇ ସ୍ଥିତ ଅଚେଲେ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଟିଭି ଅଭିନେତ୍ରୀ ଜଣକ ଜୀବନ ହାରିଥିବା ଜଣାପଡିଛି । ଘରେ ଏକା ଥିବା ସମୟରେ ସିଲିଂ ଫ୍ୟାନରେ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ କିମ୍ବା ସୁଇସାଇଡ ନୋଟ୍ ମଧ୍ୟ ପାଇ ନାହିଁ।ପୁଲିସ କହିଛି ଯେ, ଅଭିନେତ୍ରୀଙ୍କ ବାପା ଝିଅର ମୃତ୍ୟୁ ନେଇ କାହାକୁ ଦାୟୀ କରି ନାହାନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ସେମାନେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଏହି ଚରମ ପଦକ୍ଷେପ ପଛରେ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପୁଲିସ କହିଛି।ସଂଚିତା କେବଳ ଟିଭି ନୁହେଁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିଲ୍ମ ଦିଲୱାଲେ ଦୁଲହନିଆ ଲେଁ ଜାଏଙ୍ଗେରେ ସୁକୁନ ଭୂମିକାରେ ନଜର ଆସିଥିଲେ । ଏହାପରେ ଫିଲ୍ମ ଛାବାରେ ତାରାବାଇ ଭୂମିକାରେ ନଜର ଆସିଥିଲେ । କୁମକୁମ ଭାଗ୍ୟ ଏବଂ ବଗଲେ କି ଦୁନିଆରେ ମଧ୍ୟ ଅଭିନୟ କରିଛନ୍ତି ।