କ୍ରିତି ସାନନଙ୍କ ପୋଷାକକୁ ନେଇ ବିବାଦ : ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA

ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା; ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପୋଷାକକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ। ଜିଭା ବୁଧବାର ଏକ ବିବୃତି ଜାରି କରି କହିଛି,ଆମେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପର୍ବଗୁଡ଼ିକୁ ଗଭୀର ଭାବରେ ସମ୍ମାନ କରୁ ।

ଏକ ବ୍ରାଣ୍ଡ ଭାବରେ, ଆମେ ସର୍ବଦା ସମଗ୍ର ପରିବାର ସହିତ ଖୁସିର ମୁହୂର୍ତ୍ତ ପାଳନ କରିବାରେ ବିଶ୍ୱାସ କରିଆସିଛୁ । କିନ୍ତୁ, ବିବୃତିରେ ପୋଷାକ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ।କମ୍ପାନି କହିଛି, ଏଥର, ଆମେ ଆମର ପାଳିତ ପ୍ରାଣୀମାନଙ୍କୁ ପ୍ରେମ ଏବଂ ଉତ୍ସବ ମଧ୍ୟରେ ସାମିଲ କରିବାକୁ ଚାହୁଁଥିଲୁ। ଯଦି ଆମର ସାମ୍ପ୍ରତିକ ବିଜ୍ଞାପନ ଅଜାଣତରେ ସମାଜର କୌଣସି ବର୍ଗଙ୍କର ଭାବନାକୁ ଆଘାତ ଦେଇଛି, ତେବେ ଏହା କେବେ ଆମର ଉଦ୍ଦେଶ୍ୟ ନଥିଲା। ସମ୍ମାନ ସ୍ୱରୂପ, ଆମେ ସମସ୍ତ ମିଡିଆ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇ ଦେଇଛୁ। ଏହି ଉତ୍ସବ ଋତୁରେ ଆପଣଙ୍କୁ ବହୁତ ପ୍ରେମ ଏବଂ ସକାରାତ୍ମକତା କାମନା କରୁଛୁ!’

You might also like