କୋଲକତା ATC ବିଲିଡିଂରେ ଲାଗିଲା ନିଆଁ, ଏୟାରପୋର୍ଟ କର୍ତ୍ତୃପକ୍ଷ ଭୟଭୀତ
କୋଲକାତାର ଏୟାରପୋର୍ଟରେ ବଡ ଅଘଟଣ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ATC କୋଠାର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ପରେ ଏୟାରପୋର୍ଟ ଫାୟର ସର୍ଭିସ ନିଆଁକୁ ଆୟତ୍ତ କରିଥିଲା । ଏୟାରପୋର୍ଟ ଅଥରିଟିର ୨ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିବା ପରେ ବିମାନ ଉଡ଼ାଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ।ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ ନିଆଁ ଦ୍ୱିତୀୟ ମହଲାର ଏକ ଖୋଲା ସ୍ଥାନରେ ସୀମିତ ଥିଲା। ମୁଖ୍ୟ ATC ଅପରେସନ୍ ସେଣ୍ଟରଟି ଅଷ୍ଟମ ମହଲାରୁ ଏବଂ ଆଂଶିକ ଭାବରେ ତୃତୀୟ ମହଲାରୁ କାର୍ଯ୍ୟ କରୁଥିବାରୁ, ପାଣିପାଗ ବିଭାଗର (MET) ନାଭିଗେସନ୍ ଉପକରଣ ଏବଂ ସମ୍ବେଦନଶୀଳ ଭିତ୍ତିଭୂମି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ତେବେ ନିଆଁ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ଯାଞ୍ଚ କରାଯାଉଛି । ଏଯାଏଁ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ ।