ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା,୧୮୦୦ସିଟକୁ ମିଳିଲା ଅନୁମତି

ଭୁବନେଶ୍ୱର (ରାଜ୍ୟକାହାଣୀ )ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା ଲଗାଇଲା କମିଶନରେଟ୍ ପୋଲିସ୍। ଏଥର ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍ ପକାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋଟିଏ ଲାଇନରୁ ଆଉ ଗୋଟିଏ ଲାଇନ୍ ୩ ଫୁଟ୍ ଫାଙ୍କା ରହିବ। ତାସହ ପେଣ୍ଡାଲ୍ ଭିତରକୁ ଚଉଡା ରାସ୍ତା ରହିବ। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।

You might also like