ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଲେ

ରାଜ୍ୟ କାହାଣୀ (ଭୁବନେଶ୍ୱର )କେନ୍ଦୁଝର ତେନ୍ତଳାପଶି ଗାଁରୁ ଆସିଲା ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ ।ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଛି ପୋଲିସ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You might also like